Tuesday, January 19, 2021

BLADDER DRILL

 The purpose of a bladder drill (timed voiding) is to gradually:
    •     Increase the length of time between urination.
    •     Increase the amount of fluid your bladder can hold
    •     Diminish the sense of urgency and/or leakage you experience.


     

    Keeping a diary of your bladder activity is helpful to monitor your progress. Be sure to talk to your physician about this problem before you begin the program. It might be a good idea to start this program on a weekend, or when you plan to be at home or near a bathroom. It is very important to drink a minimum of eight glasses of fluid each day (2 to 2.5 liters of fluids daily). Drinking the right amount of fluid daily and emptying your bladder at regular intervals helps to decrease bladder infections. Managing your problem by limiting fluid intake is counterproductive and is not recommended.

  • Days 1 to 3: After awakening, empty your bladder every hour on the hour, even if you do not feel the need to go. Make sure you are drinking frequently. During the night, only go to the bathroom if you awaken and find it necessary.
  • Days 4 to 6: Increase the time between emptying your bladder to every 1½ hours, following the above fluid intake and nighttime instructions.
  • Days 7 to 9: Increase the time between emptying your bladder to every 2 hours, following the above fluid intake and nighttime instruction.                  
  • Days 10 to 12: Increase the time between emptying your bladder to every 2½ hours, following the above fluid intake and nighttime instructions. Work up to emptying your bladder every 3 to 3½ hours.

    You will be the best judge of how quickly you can advance to the next step. These instructions are an outline. You can change the timing; for example, you may find it more comfortable to increase the interval from 1 to 1¼ hours.
    You may also increase the pace of this schedule, depending on your individual symptoms and bladder capacity. For example, you may increase the hourly increments every 2 days instead of every 3 days.
    A helpful hint: If you feel a sense of urgency, try contracting your pelvic muscles (Kegel exercises) quickly two or three times. Focus on relaxing all other muscles.
    If possible, sit until the sensation passes; then slowly make your way to the bathroom. Using a diary to keep track of your progress in bladder drills is also a good idea. Keeping a written record is often a helpful way to make behavioral changes. A diary shows you the value of the effort you’re making.


Saturday, January 9, 2021

PRECIPITATE LABOUR, ଦ୍ରୁତ ପ୍ରସବ (ପ୍ରେସିପିଟେଟ ଲେବର)

 ଦ୍ରୁତ ପ୍ରସବ (ପ୍ରେସିପିଟେଟ ଲେବର)                                     

ଡାକ୍ତର ସୁଜ୍ଞାନେନ୍ଦ୍ର ମିଶ୍ର

                                                                                                                                     ଓବିଗାଇନ, ବଲାଙ୍ଗୀର

ଧିକାଂଶ ପ୍ରସୂତିଙ୍କ କ୍ଷେତ୍ରରେ ପ୍ରସବ ଯନ୍ତ୍ରଣା ଅନେକ ଘଣ୍ଟା ବିସ୍ତାର କରୁଥିବାବେଳେ, କିଛି ମହିଳା ଏକ “ତ୍ୱରିତ ମାତ୍ର ସ୍ୱଳ୍ପ ବେଦନା ଅନୁଭବ କରନ୍ତି ଯାହା କେବଳ ଦୁଇ ତିନି ଘଣ୍ଟା ହୋଇଥାଏ | ସେମିତି ଦେଖିଲେ, ସ୍ୱଳ୍ପ ବେଦନା ସହ ଦ୍ରୁତ ପ୍ରସବ ବହୁତ ଭଲ ଦେଖାଯାଏ (କମ୍ ସଂକୋଚନ ଏବଂ କମ୍ ଯନ୍ତ୍ରଣା!) କିନ୍ତୁ ଏହା ପ୍ରକୃତରେ ଅପ୍ରସ୍ତୁତ ପରିସ୍ଥିତିରେ ଭାବପ୍ରବଣ ଆଘାତ ଠାରୁ ଆରମ୍ଭ କରି ଶିଶୁ ମୁଣ୍ଡରେ ଆଘାତ ପର୍ଯ୍ୟନ୍ତ ଅନେକ ଚିନ୍ତାଜନକ ପାର୍ଶ୍ୱ ପ୍ରତିକ୍ରିୟା ସହିତ ଆସିପାରେ | ସମସ୍ତ ପ୍ରସୂତି ଙ୍କ ପାଇଁ, ଦ୍ରୁତ ପ୍ରସବର ଲକ୍ଷଣ, କାରଣ ଏବଂ ଜଟିଳତା ବିଷୟରେ ଜାଣିବା ଆବଶ୍ୟକ ସମସ୍ତ ବିବରଣୀ ଉପସ୍ଥାପନା କରିବାର, ଏହା “ଏକ ପ୍ରୟାଶ” |

ପ୍ରସବ ଅବଧି, ଶିଶୁର ସ୍ଥିତି, ଆକାର, ଓଜନ ଏବଂ ପୂର୍ବ ପ୍ରସବ ଅଭିଜ୍ଞତା ପରି କାରଣ ଉପରେ ନିର୍ଭର କରେ | ପ୍ରସବର ପ୍ରାରମ୍ଭିକ ଅଣସକ୍ରିୟ ପର୍ଯ୍ୟାୟ ସାଧାରଣତଃ ପ୍ରଥମ ପ୍ରସବ ପାଇଁ ଛଅରୁ ଆଠ ଘଣ୍ଟା ଏବଂ ଅଭିଜ୍ଞ ମା’ଙ୍କ ପାଇଁ ଦୁଇ ରୁ ପାଞ୍ଚ ଘଣ୍ଟା ରହିଥାଏ | ସକ୍ରିୟ ଗର୍ଭ ବେଦନା, ଯେତେବେଳେ ଗର୍ଭାଶୟର ସଂକୋଚନ ଅଧିକ ଶକ୍ତିଶାଳୀ ହୁଏ, ଅତିରିକ୍ତ ଚାରିରୁ ଆଠ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ- ଯଦିଓ ସକ୍ରିୟ ପର୍ଯ୍ୟାୟ ଦୈର୍ଘ୍ୟ କେତେକ କ୍ଷେତ୍ରରେ ଭିନ୍ନ ହୋଇପାରେ |

ଦ୍ରୁତ ପ୍ରସବ କୌଣସି ସାଧାରଣ ସମୟସୀମା ଅନୁସରଣ କରେ ନାହିଁ | ପ୍ରାୟତଃ ପ୍ରସବର ଅବଧି ଦୁଇ କିମ୍ବା ତିନି ଘଣ୍ଟା ହୋଇଥାଏ. ଏ କ୍ଷେତ୍ରରେ ଗର୍ଭାଶୟର ସଂକୋଚନର ତୀବ୍ରତା ଅତ୍ୟଧିକ ହୁଏ। ଅତ୍ୟଧିକ ସଂକୋଚନ ହେତୁ ଗର୍ଭାଶୟ ଗ୍ରୀବା ନରମ, ପତଳା ହେବ ସହିତ ଲମ୍ଵ ଶୀଘ୍ର ହ୍ରାସ ପାଇଥାଏ | ସ୍ୱଳ୍ପ ଅବଧି ମଧ୍ୟରେ ଗ୍ରୀବା ଦ୍ୱାର ସମ୍ପୁର୍ଣ୍ଣ ବିସ୍ତାର ହୋଇଯାଏ।

ସମ୍ଭାବ୍ୟ କାରଣ

ଦ୍ରୁତ ପ୍ରସବର କୌଣସି ନିର୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନଥିବାବେଳେ, ଏପରି ଇତିହାସ ଥିବା ପ୍ରସୂତିଙ୍କ କ୍ଷେତ୍ରରେ ପୂନରାବୃତ୍ତିର ଆଶଙ୍କା ଅଧିକ ଥାଏ | ତା ବ୍ୟତୀତ ଜନ୍ମଗତ ସଂକ୍ଷିପ୍ତ ଗର୍ଭାଶୟ ଗ୍ରୀବା ଏବଂ ଦୁର୍ବଳ ଅନ୍ତଃ ଗ୍ରୀବା ଦ୍ୱାର ନିଶ୍ଚିତରୂପେ ଦ୍ରୁତ ପ୍ରସବର ସୁଯୋଗ ଯୋଗେଇଥାଏ | କାଧିକ ଗର୍ଭଧାରଣ ତଥା ପଲିହାଇଡ୍ରାମନିଓସ୍ ଆଦି ଅବସ୍ଥା ଦ୍ଵାରା  ଗର୍ଭାଶୟର ଅତ୍ୟଧିକ ବିସ୍ତାର ଘଟିଥାଏ, ତାଦ୍ଵାରା ଗ୍ରୀବା ସଂକ୍ଷିପ୍ତ ହୋଇଥାଏ ଅନ୍ୟ ପକ୍ଷରେ ଜନ୍ମଗତ ତ୍ରୁଟି ତଥା ଟ୍ୟୁମର୍ ଦ୍ଵାରା ଗର୍ଭାଶୟ ଗୃହିକା(କେଭିଟି) ର  ଆଂଶିକ ବିଲୋପ ହେତୁ ଭୃଣ ଥୈଳୀର ବୃଦ୍ଧି ଅନ୍ତଃ ଗ୍ରୀବାଦ୍ଵାର କୁ ବିସ୍ତାରିତ କରିଥାଏ ଏବଂ ଦ୍ରୁତ ପ୍ରସବର ସହାୟକ ହୁଏ |

ଦ୍ରୁତ ପ୍ରସବର ଲକ୍ଷଣ

ଲକ୍ଷଣ ହଠାତ୍ ଏବଂ ତୀବ୍ର ଭାବରେ ଆସେ | ଅନେକ ସଂକୋଚନ ଅନୁଭବ ହୁଏ ଯାହାକି ଲାଗି ଲାଗି ହୁଏ | କିଛି ମହିଳା କ୍ରମାଗତ ସଂକୋଚନ କିମ୍ବା ଆକସ୍ମିକ ଚାପ ଅନୁଭବ କରନ୍ତି | ଦ୍ରୁତ ଗର୍ଭାଶୟ ବିସ୍ତାର, ଯନ୍ତ୍ରଣା, ଯେକୌଣସି ଉପାୟରେ ଠେଲିବାର ଇଚ୍ଛା ସୃଷ୍ଟି କରିଥାଏ |  

ଦ୍ରୁତ ପ୍ରସବର ଜଟିଳତା

କେତେକ ମହିଳା ଦ୍ରୁତ ପ୍ରସବକୁ ଠିକ ଘଟଣା ଭାବରେ ଦେଖନ୍ତ। “ସେମାନେ ନିଜ ପିଲାକୁ ଶୀଘ୍ର ପ୍ରସବ କରିବା ପ୍ରକ୍ରିୟାକୁ ଉପଭୋଗ କରନ୍ତି। ପ୍ରସବ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ସହିବାକୁ ଉଚିତ ବା ଆବଶ୍ୟକ ମଣନ୍ତି ନାହିଁ I ଏହି ପ୍ରକ୍ରିୟାରେ, ଯନ୍ତ୍ରଣାଦାୟକ ସଂକୋଚନ ଅର୍ଥାତ ସକ୍ରିୟ ପର୍ଯ୍ୟାୟ ଅଳ୍ପ ସମୟ ରହିଥାଏ | ମାତ୍ର,ତ୍ୱରିତ ପ୍ରସବ ପ୍ରାୟତଃ ଅପ୍ରୀତିକର ପାର୍ଶ୍ୱ ପ୍ରତିକ୍ରିୟା ସହିତ ଆସିଥାଏ | ଉଦାହରଣ ସ୍ୱରୂପ, ଦ୍ରୁତ ପ୍ରସବ ହେତୁ ଜଣେ ମା’ଙ୍କ ଯୋନୀ କିମ୍ବା ପେରିନିଅମ୍ କ୍ଷତ ହୋଇପାରେ। ଗର୍ଭାଶୟ କିମ୍ବା ଯୋନୀରୁ  ରକ୍ତସ୍ରାବ ହୋଇପାରେ। ଏହା ସହିତ, ପ୍ରସବ ପ୍ରକ୍ରିୟା ନ୍ୟୁନତମ ସଂକ୍ରମଣ ରହିତ ବି’ହୋଇନଥାଏ, ତେଣୁ, ଉଭୟ ମା ଓ ଶିଶୁଙ୍କ ସଂକ୍ରମଣ ଆଶଙ୍କା ବହୁଗୁଣ ବୃଦ୍ଧି ଘଟିଥାଏ।  ଯଦି ଶୀଘ୍ର ଯତ୍ନ ଦିଆନଯାଏ ଶିଶୁର ଶ୍ୱାସକ୍ରିୟା, ବିଳମ୍ବ ଏବଂ ଅଣପ୍ରଭାବଶାଳୀ ହୋଇଥାଏ I ଦ୍ରୁତ ଓ ବଳପୂର୍ବକ ଅବତରଣ ହେତୁ ଶିଶୁର କୋମଳ ଶରୀର, ମସ୍ତିସ୍କ ଏବଂ ଅସ୍ଥି ରେ ଆଘାତ ଭଳି ଜଣାଶୁଣା ବିପଦ ରହିଛି। ନିର୍ଦ୍ଦିଷ୍ଟ ଭାବରେ, ସାମାନ୍ୟ ଚାପ ମଧ୍ୟ ମସ୍ତିସ୍କ (ଇଣ୍ଟାକ୍ରାନିଆଲ୍) ରକ୍ତସ୍ରାବ କାରଣ ହୋଇପାରେ I ଆମନିଓଟିକ୍ ଜଳ ଶିଶୁର ଫୁସଫୁସ ରେ ପ୍ରବେଶ କରି ଜଟିଳତା ଶୃଷ୍ଟି କରିପାରେ I

ଅସ୍ୱାଭାବିକ ଯେପରିକି, ବ୍ରୀଚ ଏବଂ କାନ୍ଧ ପ୍ରେଜେଣ୍ତସନ,ଡିଷ୍ଟୋସିଆ ଜନିତ ଜଟିଳତା ଏପରି ସ୍ତିତିକୁ ଆହୁରି ଗୁରୁତର କରିଥାଏ I କିଛି ଜଟିଳତା ପ୍ରାୟତଃ କ୍ଷଣସ୍ଥାୟୀ ମାତ୍ର ଦୀର୍ଘସ୍ଥାୟୀ ନୈରାଶ୍ୟଜନକ ଜଟିଳତାର ମଧ୍ଯ୍ୟ ଆଶଙ୍କା ରହିଥାଏ I    ପ୍ରସବ ପାଇଁ ଅପ୍ରସ୍ତୁତ ମା' ଏବଂ ପରିବାର, ଶକ୍ତ ଧକ୍କା (ସକ), ଉଦାସୀନତା (ଡିପ୍ରେସନ) କିମ୍ବା ଅନ୍ୟାନ୍ୟ ଭାବପ୍ରବଣତା ଭୋଗିପାରନ୍ତି I ଉପଲବ୍ଧ ଅପ୍ରସ୍ତୁତ ସେଵାପ୍ରଦାନକାରୀ, ଆବଶ୍ୟକୀୟ ଜତ୍ରାନ୍ସ ତଥା ପରିବେଶ ଅଭାବରେ,ତ୍ୱରିତ ଯତ୍ନ ଦେବାରେ ଅସମର୍ଥ ହୋଇଥାନ୍ତି I

ସମସ୍ତ ପରିବାର, ପ୍ରାୟତଃ ଧାର୍ଯ୍ୟ ପ୍ରସବ ତାରିଖ ପାଖାପାଖି ସାଧାରଣ ପ୍ରସବ ପାଇଁ ଏକ ଯୋଜନାବଦ୍ଧ ପ୍ରସ୍ତୁତି କରିଥାନ୍ତି I ମାତ୍ର ପ୍ରାକ୍ ଅନୁଭୂତ ପ୍ରସବ ବେଦନା ପାଇଁ ଅନେକେ ଅପ୍ରସ୍ତୁତ ଥାନ୍ତି I ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ଯେପରି: ହଠାତ୍ ଯୋନୀଯ ଶ୍ରାବ ହୁଏ, ଦ୍ରୁତ ପ୍ରସବ ହୁଏ, ଯଦି ମୁଁ ଏକାକୀ ଘରେ ଥାଏ କିମ୍ବା ସମସ୍ତେ ଥାଇ ମଧ୍ୟ ଡାକ୍ତରଖାନାକୁ ଯାଇ ପାରିବି ନାହିଁ, ତେବେ ମୁଁ କଣ କରିବି? ଏପରି ପରିସ୍ଥିତି ଉପୁଜିଥିବା ୧୦୦୦ ରୁ ମାତ୍ର ଦୁଇଜଣ ମହିଳାଙ୍କ ଏକ ଯୋଜନାବଦ୍ଧ ଗୃହ-ପ୍ରସବ ସହିତ ଶେଷ ହୁଏ I   

ଜରୁରୀକାଳୀନ ସ୍ଥିତିରେ ପ୍ରସୂତି ପରିବାରଙ୍କ ପାଇଁ ସରଳ ନିର୍ଦ୍ଦେଶାବଳୀ :

୧. ପରିସ୍ଥିତିର ଆକଳନ କରନ୍ତୁ:

ପ୍ରଥମ ଜିନିଷ ପ୍ରଥମେ: ଯେତେବେଳେ ପ୍ରତ୍ୟେକ ମହିଳାଙ୍କର ପ୍ରସବ ବେଦନାର ଢାଞ୍ଚା ଅନ୍ୟଠୁ ଅଲଗା, ପ୍ରସବ କେତେ ଶୀଘ୍ର ସମ୍ପନ୍ନ ହେବ ଏବଂ ଡାକ୍ତରଖାନାକୁ ନେବା ସମ୍ଭବ ନା ନାହିଁ, ଆପଣ କିପରି ଜାଣିବେ? ଯଦି ଆପଣଙ୍କର ଦୃଢ, ଲମ୍ବା, ବାରମ୍ବାର ସଂକୋଚନ (ସାଧାରଣତଃ ତିନିରୁ ପାଞ୍ଚ ମିନିଟ ବ୍ୟବଧାନରେ ଘଟେ), ଏବଂ / କିମ୍ବା ଯଦି ତୁମର ପାଣି ଫାଟି ଯାଇଛି ଏବଂ ଆପଣଙ୍କୁ ଠେଲିବାକୁ ଏକ ଦୃଢ ଇଚ୍ଛା ହେଉଛି, ତେବେ ଶିଶୁ ଜନ୍ମ ପାଖେଇ ଆସୁଛି | ପ୍ରଥମ ପ୍ରସବ, ପରବର୍ତ୍ତୀ ପ୍ରସବ ଅପେକ୍ଷା ଅଧିକ ସମୟ ନେଇଥାଏ - ତେଣୁ ଯଦି ଆପଣଙ୍କର ଦ୍ୱିତୀୟ କିମ୍ବା ତୃତୀୟ ସନ୍ତାନ ଅଛି, ତେବେ ସମ୍ଭାବନା ଅଧିକ ଯେ ଆପଣ ଡାକ୍ତରଖାନା ପହଂଚିପାରିବା ସମ୍ଭବ ହୋଇ ନପାରେ ଏବଂ ଘରେହିଁ  ପ୍ରସବ ହୋଇଯିବ I

୨. ଭୟକୁ ବିରାମ ଦିଅନ୍ତୁ, ୧୦୮ / ୧୦୨ ବା ସ୍ଥାନୀୟ ଡାକ୍ତରଖାନାର ଆମ୍ବୁଲାନ୍ସକୁ କଲ୍ କରନ୍ତୁ 

ସେତିଵି ସମୟ ମଧ୍ୟରେ ଘରେ କିମ୍ବା ପାଖରେଥିବା ଅଭିଜ୍ଞ ବ୍ୟକ୍ତିଙ୍କୁ ପ୍ରସୂତିଙ୍କ ନିକଟରେ ରଖନ୍ତୁ I ଆପଣଙ୍କ ସ୍ୱାସ୍ଥ୍ୟ ସେବାକାରୀଙ୍କ ସହ ମୋବାଇଲରେ ସମ୍ପର୍କ କରନ୍ତୁ, ପରିସ୍ଥିତି ସମ୍ବନ୍ଧରେ ସ୍ବଳ୍ପରେ ଜଣାନ୍ତୁ, ସ୍ପିକର ଫୋନ ଅନ ରଖି ଆପଣଙ୍କ ପାଖରେ ଥିବା ଅଭିଜ୍ଞ ବ୍ୟକ୍ତିଙ୍କୁ ଉପଯୁକ୍ତ ପଦକ୍ଷେପ ବିଷୟରେ ନିର୍ଦ୍ଧେଶ ଦେବା ପାଇଁ ଅନୁରୋଧ କରନ୍ତୁ I କବାଟକୁ ଅନଲକ୍ କରି ରଖନ୍ତୁ ଯଦ୍ୱାରା  ସାହାଯ୍ୟକାରୀ  ସହଜରେ ପ୍ରବେଶ କରିପାରିବେ, ଯେହେତୁ ସେମାନେ ଆସିବା ବେଳକୁ କବାଟ ଖୋଲିବାରେ ଡେରି ହୋଇପାରେ I

୩. ଶାନ୍ତ ରୁହନ୍ତୁ ଏବଂ ଜାଣନ୍ତୁ ଏହା ସ୍ୱାଭାବିକ |

ବୁଝିବାକୁ ହେବଯେ ଏକ ଯୋଜନାବଦ୍ଧ ଘରୋଇ ପ୍ରସବ, ଅନୁଷ୍ଠାନ ପ୍ରସବ ତୁଳନାରେ ଅଧିକ ବିପଦସଂଙ୍କୁଳ ମନେ ହେଲେମଧ୍ୟ ପ୍ରକୃତରେ ସମ୍ପୂର୍ଣ୍ଣ ରୂପେ ତାହା ନୁହିଁ I ଶାନ୍ତ ରହିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ:ଏବଂ ମନେରଖନ୍ତୁଯେ  ପ୍ରସବ କିପରି ସମ୍ପାଦନା କରିବାକୁ ହେବ, ଆପଣଙ୍କ ଶରୀର ଜାଣେ ! ଏହା ମଧ୍ୟ ମନେରଖନ୍ତୁ ଯେ ଗ୍ରାମାଞ୍ଚଳରେ ତଥା ନେଦରଲ୍ୟାଣ୍ଡ ପରି ବିକଶିତ ଦେଶରେ ଗୃହ ପ୍ରସବ ଆଶ୍ଚର୍ଯ୍ୟଜନକ ଭାବରେ ସାଧାରଣ, ଯେଉଁଠାରେ ପ୍ରାୟ ୧୩ ରୁ ୨୦  ପ୍ରତିଶତ ଶିଶୁ ଘରେ ଜନ୍ମ ହୁଅନ୍ତି I ବାସ୍ତବରେ, ନେଦରଲ୍ୟାଣ୍ଡର,  ୨୦୧୩ ଅଧ୍ୟୟନରୁ ଜଣାପଡିଛି ଯେ ଡାକ୍ତରଖାନାର ଜନ୍ମ ଅପେକ୍ଷା କମ୍ ବିପଦପୂର୍ଣ୍ଣ ମା'ମାନଙ୍କ ପାଇଁ ଯୋଜନାବଦ୍ଧ ଗୃହ ଜନ୍ମ ପ୍ରକୃତରେ ନିରାପଦ ଅଟେ, କାରଣ ଘରେ ପ୍ରସବ ହେଉଥିବା ମହିଳାମାନଙ୍କର କମ୍ ଅନାବଶ୍ୟକ ଚିକିତ୍ସିୟ ହସ୍ତକ୍ଷେପ ହୋଇଥାଏ। ମାତ୍ର ଦ୍ରୁତ ପ୍ରସବ ବିପଦପୂର୍ଣ୍ଣ ଏବଂ ଯୋଜନାରହିତ ହୋଇଥିବାରୁ ପ୍ରସୂତି ଏବଂ ତାଙ୍କ ପରିବାରକୁ ଆପଦକାଳୀନ ଯୋଜନା  ସହ ସହିତ ପରିଚିତ ହେବା ଜରୁରୀ I

ଯଦି ଡାକ୍ତରଖାନାକୁ ଯାଇପାରିବା ସ୍ତିତିରେ ନାହାନ୍ତି: -  

    ୪. ନିଜେ ଯଥାସମ୍ଭବ ଆରାମଦାୟକ ଅନୁଭବ କରନ୍ତୁ I

ସାବୁନ୍ ରେ ହାତ ଏବଂ ଯୋନୀ ସ୍ଥାନକୁ ଧୋଇ ଦିଅନ୍ତୁ, ୱାଇପ୍ କିମ୍ବା ଆଲକୋହଲ ରହିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିପାରନ୍ତି I ଅତି କମରେ ଚାରିଟି ସଫା ତଉଲିଆ ରଖନ୍ତୁ, ଯାହାକି  ନବଜାତକୁ ପୋଛି ଦେବା ଏବଂ ଗରମ ରଖିବା ପାଇଁ ବ୍ୟବହାରରେ ଆସିବ I  ଏକ ବିଶୃଙ୍ଖଳିତ ପରିଷ୍କାରତାକୁ ଏଡାଇବା ପାଇଁ ଆରାମଦାୟକ ପ୍ରସବ ଶଯ୍ୟା ପ୍ରସ୍ତୁତ କରନ୍ତୁ I ଆପଣଙ୍କ ଶଯ୍ୟା ଉପରେ ୱାଟର ପ୍ରୁଫ୍  ଆବରଣ ଯେପରିକି ପ୍ଲାଷ୍ଟିକ୍ ବ୍ୟାଗ୍ କିମ୍ବା ସାୱାର ପରଦା  କିମ୍ବା ଚଟାଣରେ ଏକ ମୋଟା  ଗାମୁଛା ବିଛନ୍ତୁ  I ସର୍ବୋତ୍ତମ ସ୍ଥିତି ଆପଣାନ୍ତୁ,  ଯାହା ଆପଣଙ୍କ ପାଇଁ ସବୁଠୁ ଆରାମଦାୟକ ଅଟେ; ଉଛ ତକିଆ ନିଅନ୍ତୁ ଯେପରିକି ନବଜାତକୁ ଦେଖିପାରିବେ I ଯଦି ଆପଣ ଏକୁଟିଆ ଅଛନ୍ତି, ଏହି ଅବସ୍ଥାରେ, ଆପଣ ନିଜେ ସହଜରେ ଦୁଇ ହାତରେ ତଳକୁ ନେଇ ଆପଣଙ୍କ ଶିଶୁର ଯତ୍ନ  କରିବାରେ ସାହାଯ୍ୟ କରିପାରିବେ I ଆପଣଙ୍କୁ ସାହାଯ୍ୟ କରିବାକୁ ଆପଣଙ୍କ ସ୍ୱାମୀ କିମ୍ବା ଅନ୍ୟ କେହି ଘରେ ଅଛନ୍ତି , ଏକ ଚେୟାରରେ ପାଦ ରଖି ଏକ ଶଯ୍ୟାର ଧାରରେ ବସିବା ଭଲ,କାରଣ ଶିଶୁଟିକୁ ଧରିବା ପାଇଁ କେହି ଜଣେ ଅଛନ୍ତି ଏବଂ ଏହା ଡାକ୍ତରଖାନାରେ ପ୍ରସବକାଳୀନ  ସ୍ଥିତି ଅନୁରୂପ ଥାଏ I

  ୫. ଯେପର୍ଯ୍ୟନ୍ତ ପାରିବେ, ଠେଲିବା ଇଚ୍ଛାକୁ ପ୍ରତିରୋଧ କରନ୍ତୁ -

ଅପ୍ରତ୍ୟାଶିତ ଭାବରେ ସନ୍ତାନ ଜନ୍ମ କରିବାବେଳେ ଏହା କୁନ୍ଥେଇବା ବା ଠେଲିବ ପ୍ରକ୍ରିୟା ନିୟନ୍ତ୍ରିତ ହେବI ଉଚିତ କାରଣ ଶିଶୁଟି ଜବରଦସ୍ତ ବାହାରକୁ ଆସିବା ସମୟରେ ଆପଣଙ୍କର କୋମଳ ସୂକ୍ଷ୍ମ ପେଲଭିକ୍ ଟିସୁ କ୍ଷତିଗ୍ରସ୍ତ ହୋଇପାରେ I ଗର୍ଭାଶୟ ସଂକୋଚନ ସମୟର ବେଦନା ଆସିବା ମାତ୍ରେ ଆପଣଙ୍କ ନିଶ୍ୱାସ ଧରି ରଖନ୍ତୁ ଯଦ୍ୱାରା କେବଳ  ଆଭ୍ୟନ୍ତରୀଣ ଚାପହିଁ ଶିଶିକୁ ବାହାରକୁ ଠେଲିବ I ଥରେ ଶିଶୁର ମୁଣ୍ଡ ଦୃଶ୍ୟମାନ ହେବା ପରେ, ଆପଣଙ୍କ  ନିକଟରେ ଥିବା ସାହାଯ୍ୟକାରୀ, ପେରିନିୟମ୍ (ଯୋନୀ ଏବଂ ମଳଦ୍ୱାର ମଧ୍ୟରେ ଥିବା ସ୍ଥାନ) ଉପରେ ଧୀରେ ଧୀରେ ହାତକୁ ଦବାନ୍ତୁ ଯେପରି ମୁଣ୍ଡଟି ଅତି ଶୀଘ୍ର ବାହାରକୁ ବାହାରିନଯାଏ I ଶିଶୁକୁ ଟାଣନ୍ତୁ  ନାହିଁ; ଧୀରେ ଧୀରେ ଶିଶୁ ସ୍ୱତଃ ବାହାରକୁ ବାହାରି ଆସିବ I  ଯଦି  ଶିଶୁର ବେକରେ ଆମ୍ବଡିକାଲ୍ କର୍ଡ (ନାଭି ନାଡ଼) ଗୋଡ଼େଇ ହୋଇଥିଲେ, ତା' ତଳେ ଏକ ଆଙ୍ଗୁଠି ହୁକ୍ କରନ୍ତୁ  ଏବଂ ଯଦି ସମ୍ଭବ ଧୀରେ ଧୀରେ ଏହାକୁ ଶିଶୁର ମୁଣ୍ଡ ଉପରଦେଇ ଉଠେଇନିଅନ୍ତୁ I ଥରେ ମୁଣ୍ଡ ବାହାରିଗଲେ, ପରବର୍ତ୍ତୀ ସଂକୋଚନିୟ ବ୍ୟଥା  ସହିତ ଠେଲିବାବେଳେ ମୁଣ୍ଡକୁ  ଧୀରେ ଧୀରେ ତଳକୁ ତଳକୁ ଟାଣନ୍ତୁ | ଏହାଦ୍ୱାରା  କାନ୍ଧ ସହଜରେ ବାହାରି ଆସିବ, ଶରୀରର ଅବଶିଷ୍ଟ ଅଂଶ ଏହା ପରେ ସହଜରେ ଆସିଯିବ I

୬. ଶିଶୁଟି ବାହାରକୁ ଆସିବା ପରେ କଣ କରିବା ଉଚିତ୍ |

ଆପଣ ଏକ ସୁନ୍ଦର ନୂତନ ଶିଶୁ ପାଇଛନ୍ତି! ମିସୋପ୍ରିଷ୍ଟଲ ୨୦୦ ମାଇକ୍ରୋଗ୍ରାମ, ତିନୋଟି ବଟିକା, ଯଦି ଉପଲବ୍ଧ, ପାଟିରେ ଜିଭ ତଳେ ରଖନ୍ତୁ , ଏହା ତତକ୍ଷଣାତ୍ ପ୍ଲାସେଣ୍ଟା ନିଷ୍କାସନରେ ସାହାଯ୍ୟ କରିବା ସହିତ ପ୍ରସବ ପରବର୍ତ୍ତୀ ରକ୍ତଶ୍ରାବର ଆଶଙ୍କାକୁ ହ୍ରାସ କରିବ I ପ୍ରସବ ହେବା  ମାତ୍ରେ, ସାହାଯ୍ୟକାରୀ, ଛୋଟ ଶିଶୁକୁ  ଟାୱେଲ ସାହାଯ୍ୟରେ ପୋଛି ଦେହକୁ ସମ୍ପୂର୍ଣ୍ଣ ଶୁଖାନ୍ତୁ I ଏକ ପରିଷ୍କାର ତଉଲିଆରେ ଗୁଡ଼ାଇ ଶିଶୁକୁ ପେଟ କିମ୍ବା ଛାତି ଉପରକୁ ଆଣନ୍ତୁ; ଚର୍ମରୁ ଚର୍ମ ସମ୍ପର୍କ ତାକୁ ଗରମ ଏବଂ ଶାନ୍ତ ରଖିବ I ମନେରଖନ୍ତୁ; ନାଭି ନାଡ଼ (ଅମ୍ବିଲିକାଲ କର୍ଡ) କାଟିବା ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ, ଡେରିରେ କାଟିବା ଦ୍ୱାରା ଏଥିରେ ଥିବା ରକ୍ତିୟ ଉପାଦାନ ପାଇ, ଶିଶୁ ଲାଭାନ୍ବିତ ହୋଇଥାଏ I ନାଭି ନାଡ଼ କୁ ଦୁଇଟି ସ୍ଥାନରେ ସଫା ସୁତା ସାହାଯ୍ୟରେ ବାନ୍ଧି ଏକ ନୂତନ ବ୍ଲେଡ ଦ୍ୱାରା ତା ମଧ୍ୟରେ ଛେଦନ କରନ୍ତୁ I ଶିଶୁକୁ ସ୍ତନ୍ୟପାନ କରାନ୍ତୁ I

ଏବେ ଆଉ ବିଳମ୍ବ କରନ୍ତୁ ନାହିଁ, ଯଥାଶୀଘ୍ର ଡାକ୍ତରଖାନା ଯିବା ପାଇଁ ବ୍ୟବସ୍ଥା କରନ୍ତୁ I

 

About Me