Wednesday, May 12, 2021

କୋଭିଡ-୧୯ ବିସ୍ଫୋରଣ ସମୟରେ ସ୍ତନ୍ୟପାନ ସମ୍ୱନ୍ଧୀୟ ପରାମର୍ଶ |

                                    

     ସ୍ତନ୍ୟପାନ ନବଜାତ ଶିଶୁମାନଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ଏବଂ ଶିଶୁ ଏବଂ ବାଲ୍ୟକାଳରେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଇଥାଏ | ସଂକ୍ରାମକ ରୋଗ ବିରୁଦ୍ଧରେ ସ୍ତନ୍ୟପାନ ବିଶେଷ ଭାବରେ ପ୍ରଭାବଶାଳୀ କାରଣ ଏହା ମା’ଙ୍କଠାରୁ ଆଣ୍ଟିବଡି ସ୍ଥାନାନ୍ତର କରି ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ୀଭୁତ କରିଥାଏ | ଲକ୍ଷଣ ଥିବା ସମସ୍ତ ନିଶ୍ଚିତ କିମ୍ବା ସନ୍ଦିଗ୍ଧ କୋଭିଡ-୧୯ ମା ମାନେ ସ୍ତନ୍ୟପାନ କିମ୍ବା ଚର୍ମରୁ ଚର୍ମ ସମ୍ପର୍କ କରୁଛନ୍ତି, ସେମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ |

ସ୍ତନ୍ୟପାନ କରାଉଥିବା ମା ମାନଙ୍କ ପାଇଁ ପରାମର୍ଶ |

       ସ୍ତନ୍ୟପାନ ସମୟରେ  ଶ୍ୱାସକ୍ରିୟା ସ୍ୱଚ୍ଛତା ଅଭ୍ୟାସ କରନ୍ତୁ | ସର୍ବଦା ମାସ୍କ ଲଗାନ୍ତୁ | ଯଦି ଆପଣଙ୍କର ଶ୍ୱାସଗତ ଲକ୍ଷଣ ଅଛି, ଆପଣ ଶିଶୁ  ନିକଟରେ ଥିବା ସମୟରେ ଏକ ସୁରକ୍ଷିତ ମାସ୍କ ବ୍ୟବହାର କରନ୍ତୁ | ଏପରିକି ମାସ୍କ ପିନ୍ଧି ଶିଶୁ ଥିବା କୋଠରୀରେ ପ୍ରବେଶ କରନ୍ତୁ |

  • ଶିଶୁ ସହିତ ଯୋଗାଯୋଗ ପୂର୍ବରୁ ସାବୁନ୍ କିମ୍ବା ସାନିଟାଇଜର ସହିତ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ |
  •  ଆପଣ ସ୍ପର୍ଶ କରୁଥିବା ସମସ୍ତ ପୃଷ୍ଠ ବା ଜିନିଷ ଗୁଡ଼ିକୁ ନିୟମିତ ସଫା କରନ୍ତୁ ଏବଂ ଡ଼ିସଇନଫେକ୍ଟ କରନ୍ତୁ |

       ଯଦି ଆପଣ କୋଭିଡ-୧୯ ସହିତ ଗୁରୁତର ଭାବରେ ଅସୁସ୍ଥ ଅଟନ୍ତି କିମ୍ବା ଅନ୍ୟାନ୍ୟ ଜଟିଳତାର ଶିକାର ହୁଅନ୍ତି, ତେବେ  ଆପଣଙ୍କୁ ଶିଶୁର ଯତ୍ନ ନେବାକୁ କିମ୍ବା ପ୍ରତ୍ୟକ୍ଷ ସ୍ତନ୍ୟପାନ ଜାରି ରଖିବାକୁ ବାରଣ କରିଯାଇଥାଏ, ସେ କ୍ଷେତ୍ରରେ  ଶିଶୁକୁ ସୁରକ୍ଷିତ ଭାବରେ ସ୍ତନ୍ୟପାନ ଯୋଗାଇବା ପାଇଁ ସ୍ତନରୁ ନିଷ୍କାସିତ ଦୁଧ(ଏକ୍ସପ୍ରେସଡ)କୁ ସୁରକ୍ଷିତ ବୋତଲଦ୍ୱାରା ଦୁଗ୍ଧପାନ    କରାନ୍ତୁ | 

     ଯଦି ଆପଣ ଅତ୍ୟଧିକ ଅସୁସ୍ଥ ଏବଂ ସ୍ତନ୍ୟପାନ କରାଇବା କିମ୍ବା ସ୍ତନ୍ୟଦୁଧ ନିଷ୍କାସନ ପାଇଁ ଅସମର୍ଥ, ତେବେ ସ୍ତନ୍ୟପାନ ପୁନଃ ଆରମ୍ଭ ପର୍ଯ୍ୟନ୍ତ, ଓଦା ନର୍ସିଂ (ୱେଟ ନର୍ସିଙ୍ଗ) (ଅନ୍ୟ ଜଣେ ମହିଳା ସ୍ତନ୍ୟପାନ କରାଇବା କିମ୍ବା ଆପଣଙ୍କ ପିଲାଙ୍କ ଯତ୍ନ ନେବା) କିମ୍ବା ମାନବ ଦୁଗ୍ଧ ବ୍ୟାଙ୍କ ରେ ଉପଲବ୍ଧ କ୍ଷୀର ବ୍ୟବହାର କରିବାର ସମ୍ଭାବନା ଅନୁସନ୍ଧାନ କରିବା ଉଚିତ୍ | ଯଦି ସେମିତି କିଛି ସମ୍ଭବ ନୁହେଁ ତାହେଲେ କୃତ୍ରିମ ଦୁଗ୍ଧ ପାନ (ଗାଈ କ୍ଷୀର କିମ୍ବା ଡବା କ୍ଷୀର)ଗ୍ରହଣୀୟ | କେଉଁ ଉପାୟ ବ୍ୟବହାର କରିବାକୁହେବ, ତାହା  ସାଂସ୍କୃତିକ ପ୍ରସଙ୍ଗ, ଆପଣଙ୍କ ପାଇଁ ଗ୍ରହଣୀୟତା ଏବଂ ସେବା ଉପଲବ୍ଧତା ଉପରେ ନିର୍ଭର କରିବ |

                                                                             ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶନ ଉପରେ ପର୍ଯ୍ୟବେସିତ  

No comments: