How to respond to certain allegations
ଯେତେବେଳେ
କୌଣସି ବ୍ୟକ୍ତି ଆମ ଉପରେ ଭିତ୍ତିହୀନ,
ବ୍ୟବହାରିକ,
ଉଦ୍ଦେଶ୍ୟପ୍ରଣୋଦିତ କିମ୍ବା ଯୋଜନାବଦ୍ଧ ଅଭିଯୋଗ ଆଣିଥାନ୍ତି ଆମେ ସାଧାରଣତଃ ବ୍ୟସ୍ତ,
ବିବ୍ରତ ହୋଇପଡୁ I
ଏପରି ପରିସ୍ଥିତିର ସାମ୍ନା
କରିବାରେ ମୋର ନିଜସ୍ଵ ଅଭିଜ୍ଞତା
ସମସ୍ତଙ୍କ ଆଗରେ ରଖିବାକୁ ଯାଉଛି।
ଅନେକ ସମୟରେ ଏହିସବୁ
କାଳ୍ପନିକ ତଥା ଅଯୌକ୍ତିକ ଭାବନା
ଉପରେ ଆମର
ପ୍ରତିକ୍ରିୟା ସଫଳ ହୋଇ ନ
ଥାଏ I
ଯାହାଙ୍କ ଉଦ୍ଦେଶ୍ୟରେ ଆମେ ତାହା କରିଥାଉ
ସେମାନେ ଆଦୌ କର୍ଣପାତ ହିଁ
କରି ନ ଥାନ୍ତି ଏବଂ
ତାର କିଛି ସୁଫଳ ମିଳି
ନ ଥାଏ I
ତାଙ୍କର ଅଭିପ୍ରେରଣା ପ୍ରକୃତରେ ଅବାସ୍ତବ ତଥା ଅପ୍ରାସଙ୍ଗିକ ହୋଇଥାଏ
I
ସବୁଠୁ ମହତ୍ଵପୁର୍ଣ ହେଲା ଆରୋପର ମୁକାବିଲା
ପାଇଁ ଆମର ପ୍ରକୃଷ୍ଟ
ପ୍ରତିକ୍ରିୟା I
ଅନିର୍ଦ୍ଦିଷ୍ଟ ଓ ରକ୍ଷାତ୍ମକ ଉତ୍ତର
ମଧ୍ୟରେ ନିଜେ ଛନ୍ଦି ହୋଇ
ମାନସିକ ସନ୍ତୁଳନ ହରାଇଲେ ଏହା ଆରୋପକାରୀଙ୍କ ଅପପ୍ରଚାର
ପାଇଁ ଖୋରାକ ସଦୃଶ ହେବ I
ସେଥିପାଇଁ
ଆରୋପକୁ ପ୍ରତିହତ କରିବାର ସାହସ,
ସାମର୍ଥ୍ୟ,
ସଂକଳ୍ପ ତଥା ଭାବାବେଗ
ନିହାତି ଆବଶ୍ୟକ ଯାହା ଆମର ଦୈନନ୍ଦିନ
କାର୍ଯ୍ୟାବଳୀକୁ ପ୍ରଭାବିତ କରିଥାଏ ତାପରେ
No comments:
Post a Comment